ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ପୁରୀ, ୧୫/୮: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନମଣ୍ଡଳୀ ନିମାପଡ଼ାର ଧନୁଆ ଛକ ନିକଟରେ ଶାଖା କେନାଲ ଉପରେ ନିର୍ମାଣାଧୀନ ବ୍ରିଜ୍‌ର ଛାତ ପଡ଼ିବାର ୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ। ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆ ଛକରେ ଘଟିଛି ଏହି ଘଟଣା । ବ୍ରିଜ୍‌ ଭୁଶୁଡ଼ି ପଡ଼ିବା ପରେ କେନାଲ ଭିତରକୁ ଲୁହା, ରଡ୍‌ ଓ କଂକ୍ରିଟ୍‌ ଖସିପଡ଼ିଛି। ନିମ୍ନମାନର କାମ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ନିମାପଡ଼ା PWD ବିଭାଗର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ବ୍ରିଜ୍‌ ଉପରେ ନିମାପଡ଼ା-ବଳଙ୍ଗା ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ନିର୍ଭରଶୀଳ। ତେବେ ଏଭଳି ନିର୍ମାଣକାର୍ଯ୍ୟ ଅନ୍ୟ ଅଞ୍ଚଳରେ କେତେ ସୁରକ୍ଷିତ, ତାହାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।

Spread the love

Leave a Reply

Your email address will not be published. Required fields are marked *