ବଜାରରେ ଖୁଲମ ଖୁଲା ବିକ୍ରି ହେଉଛି ଭେଜାଲ ପନିର, କଟକରୁ ଜବତ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ

କଟକ : ଖାଦ୍ୟ ନାଁର ବିଷ… ବଜାରରେ ମିଳୁଛି ବିଷ ପନିର… ପନିରରେ ମିଶୁଛି ମଇଦା । କଟକରୁ ଜବତ ହୋଇଛି ଏଭଳି ଅପମିଶ୍ରିତ ପନିର । ବଜାରରେ ଖୁଲମ ଖୁଲା ବିକ୍ରି ହେଉଛି ଭେଜାଲ ପନିର । ହୋଟେଲ, ରେଷ୍ଟୁରାଣ୍ଟ ଓ ବଜାରରେ ଭେଜାଲ ପନିର ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିବା ପରେ ମଙ୍ଗଳବାର କଟକ ପୌର ନିଗମ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ପ୍ରାୟ ୭୦ କ୍ୱିଣ୍ଟାଲ ଭେଜାଲ ପନିର ଜବତ କରିଛି ହେଲଥ ଟିମ । ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଜବତ ଭେଜାଲ ପନିରକୁ ସତୀଚୌରା ଡପିଂୟାର୍ଡରେ ନଷ୍ଟ କରିଛି ବିଭାଗ । ଲିଙ୍କ ରୋଡ଼ ନିକଟରେ ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରି ଏହାକୁ ଜବତ କରିଥିଲା । ଜବତ ହୋଇଥିବା ପନିର ନମୁନା ସଂଗ୍ରହ କରାଯାଇ ଲାବ୍ରୋଟୋରି କୁ ପଠାଯାଇଛି। ବିକ୍ରି ହେଉଥିବା ପନିର ଯାଞ୍ଚ କରାଯିବା ପରେ ଏଭଳି କଥା ସାମ୍ନାକୁ ଆସିଛି । ଗୋଟେ ପଟେ ପନିର ଏକ ନିୟମିତ ଖାଦ୍ୟ ହେଇଥିଲା ବେଳେ ଏଥିରେ ଅପମିଶ୍ରିତ ଶବ୍ଦ ଯୋଡ଼ିହେଲା ପରେ ନିରାମିଶ ବ୍ୟକ୍ତିଙ୍କ ମୁଣ୍ଡରେ ଏବେ ଚଡକ ପଡିଛି।

ପନିର ପ୍ରସ୍ତୁତପାଇଁ ବ୍ୟବହୃତ ହେଉଛି ମାତ୍ର ୪୦ ପ୍ରତିଶତ କ୍ଷୀର । କେବଳ ମଇଦା ନୁହେଁ, କ୍ଷୀରକୁ ଗାଢ଼ା କରିବା ଏବଂ ଉତ୍ପାଦନ ଦର ହ୍ରାସ କରାଇବା ଲାଗି ମିଶାଯାଉଛି ପାରସ ପାଉଡର । ଏଭଳି ଅପମିଶ୍ରିତ ପନିର ପାଇଁ ରାଜ୍ୟର ସହରାଞ୍ଚଳ ଗୁଡିକ ହେଉଛି ଉପଯୁକ୍ତ ବଜାର । କଟକ ସହରକୁ ବିକ୍ରୀ ହେବାଲାଗି ଆସିଥିବା ପ୍ରାୟ୧ କ୍ବିଣ୍ଟାଲ ଅପମିଶ୍ରିତ ପନିରକୁ ଗତକାଲି କଟକ ମ୍ୟୁନିସିପାଲିଟି କମିସନର ସ୍ବାସ୍ଥ୍ୟ ବିଭାଗ ଜବତ କରିଛି । କେମିକାଲ ଟେଷ୍ଟିଙ୍ଗରେ ଅପମିଶ୍ରତ ପନରିର ସତ ଆସିଛି ସାମ୍ନାକୁ। ନକଲି ପନିର ଏବଂ ଛେନା ମୁଖ୍ୟତଃ କଟକ ନିଆଳିରୁ ଆସୁଛି । ପନିର ଭେଜାଲ କି ନୁହେଁ, ତାହା ସାଧାରଣ ଗ୍ରାହକଙ୍କ ପାଇଁ ଜାଣିବା କଷ୍ଟ। ତେବେ କଟକରେ ଚାଲିଥିବା ଏହି ଧରପଗଡ ଭିତରେ ଗ୍ରାହକ ସତର୍କ ରହିବାର ଆବଶ୍ୟକତା ରହିଛି। ଅତ୍ୟଧିକ କମ୍ ଦାମରେ ମିଳୁଥିବା ପନିର କିମ୍ବା ଟାଣ ଲଗୁଥିବା ପନିର ବଜାରରୁ କିଣିବାରୁ ଦୁରେଇ ରହିବାକୁ ହେବ ।

ଏଭଳି ଅପମିଶ୍ରିତ ପନିରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । କହିଛନ୍ତି ଅପମିଶ୍ରିତ ପନିର ଖାଇଲେ କିଡନି ଖରାପ ହେବା ସହ, କ୍ୟାନସର ଭଳି ମାରାତ୍ମକ ରୋଗର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଅପମିଶ୍ରିତ ପନିର ଚିହ୍ନିବେ କେମିତ? ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କ୍ଷୀରରୁ ତିଆରି ହୋଇଥିବା ପନିର ସାମାନ୍ୟ ଧଳା ଦେଖାଯାଇଥାଏ । ହେଲେ ରାସାୟାନିକ ପଦାର୍ଥ ମିଶାଇ ତିଆରି ହୋଇଥିବା ପନିର ଅଧିକ ଧଳା ବା ତୋଫା ଦେଖାଯାଏ । କାରଣ ଏଥିରେ ୟୁରିଆ ମିଶାଯାଇଥିବାରୁ ଏହା ଅଧିକ ଧଳା ଦେଖାଯାଏ । ରାସାୟନିକ ମିଶା ପନିର ବା ଆନାଲଗ୍ ପନିର ଭାଙ୍ଗିକି ଦେଖିଲେ କିମ୍ବା ହାତରେ ଧରିଲେ ଏହା ଟାଣ ଥାଏ ଏବଂ ରବର ଭଳି ଅନୁଭୁତ ହୁଏ । ଅପମିଶ୍ରିତ ପନିରରେ କ୍ଷୀରର ବାସ୍ନା ବହୁତ କମ୍ ଥାଏ ଏଥିରୁ ସାମାନ୍ୟ କେମିକାଲ୍ ବାସ୍ନା ହୁଏ । ଯଦି ଏହି ଅପମିଶ୍ରିତ ପନିରରେ ଦୁଇ ଠୋପା ଆୟୋଡିନ ପକାଯାଏ ତେବେ ଏହାର ରଙ୍ଗ ବଦଳି ନୀଳ ହୋଇ ଯାଏ ବୋଲି କହିଛନ୍ତି ବେଷେଷଜ୍ଞ ।

Spread the love

Leave a Reply

Your email address will not be published. Required fields are marked *