ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି
ଭୁବନେଶ୍ୱର, ୨୦ ଅଗଷ୍ଟ : ରାଜ୍ୟ ସରକାର ଜେଲ୍ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ DIG of Prisonsଙ୍କ ଠାରୁ ଆରମ୍ଭ କରି Assistant Matron ପର୍ଯ୍ୟନ୍ତ ୩୭୮ ଜଣ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ ଟଙ୍କାରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୨,୧୨୨ ଜଣ ଚିଫ୍ ୱାର୍ଡର୍, ୱାର୍ଡର୍ ଓ ମହିଳା ୱାର୍ଡରଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୪୦୦୦ ଟଙ୍କାରୁ ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ସମୁଦାୟ ୨୫୦୦ ଜଣ ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ । ଚଳିତ ଆର୍ଥିକ ବର୍ଷରୁ ଏହି ନୂତନ ପୋଷାକ ଭତ୍ତା ଲାଗୁ ହେବ।
