ବିଜେଡି ନେତା ଦେବୀ ମିଶ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ,ଟ୍ରକ ଚାଳକଙ୍କୁ ଅଟକ ରଖିଛି ପୋଲିସ
ଜଳେଶ୍ବର : ନରସିଂହପୁରରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ନରସିଂହପୁର କମଳାଦେଇପୁର ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଦେବୀ ମିଶ୍ରଙ୍କ ଇନୋଭା କାରକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛି । ଧକ୍କା ଏତେ ଜୋରଦାର ଥିଲା ଯେ କାରର ପଛପଟ ସମ୍ପୂର୍ଣ୍ଣ ଭାବେ କ୍ଷୟକ୍ଷତି ହୋଇଛି । ଶ୍ରୀଯୁକ୍ତ ମିଶ୍ର ଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ହୋଇଥିଲା । ନରସିଂହପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓ ଚାଳକଙ୍କୁ ଅଟକ ରଖିଛି ।
