ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା
ପୁରୀ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟକୁ ନେଇ ତୀବ୍ର ଉତ୍ତେଜନା । ମୃତକ ହେଉଛନ୍ତି ବାସେଳୀ ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ନୀଳାଦ୍ରି ବିହାରର ଦମୋଦର ମହାନ୍ତି । ଆଜି ଅପରାହ୍ନରେ ୧୦ ଜଣ ସାଙ୍ଗଙ୍କ ସହ ସେ ରୋଷେଇ ପାଇଁ ନୂଆନଈ ଯାଇଥିଲେ । ସନ୍ଧ୍ୟାରେ ପରିବାର ଲୋକଙ୍କୁ ଦାମୋଦର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଖବର ମିଳିଥିଲା।
ଖବର ପାଇଁ ପରିବାର ଲୋକେ ହସ୍ପିଟାଲରେ ତୁରନ୍ତ ପହଞ୍ଚିଥିଲେ।ତେବେ ମୃତ ଦେହ ପରିବାର ଲୋକଙ୍କୁ ନ ଦେଖାଇ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ଅଭିଯୋଗ ହୋଇଛି।ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି।ତେବେ ଦାମୋଦର ଆଜି ନିଜ ଘରେ ଆବଶ୍ୟକ ସାମଗ୍ରୀ ଦେଇ ମାଆଙ୍କୁ ରୋଷେଇ ହେଉଥିବା ଜଣାଇଥିଲେ ।
ମୃତକଙ୍କ ପୁଅ ପୁରୀ ସମୁଦ୍ରକୂଳ ଅଞ୍ଚଳ ଯାଇ ବାପାଙ୍କୁ କିଛି ସାମଗ୍ରୀ ଦେଇଥିଲା। ପରେ ଦାମୋଦର ନିଜ ୧୦ ଜଣ ସାଙ୍ଗଙ୍କ ସହ ଅପରାହ୍ନରେ ରୋଷେଇ ପାଇଁ ନୂଆ ନଈ ଯାଇଥିଲେ ।ତେବେ ସନ୍ଧ୍ୟାରେ ହଠାତ୍ ତାଙ୍କ ପୁଅ ଗୁରୁତର ଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।ଖବର ପାଇ ପରିବାର ଲୋକେ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ଦାମୋଦର ସାଙ୍ଗ ମାନଙ୍କ ସହ ରୋଷେଇ ପରେ ନୂଆ ନଈରେ ଗାଧୋଉଥିଲେ। ସମ୍ଭବତଃ ଗାଧୋଇବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ମାରାଇନ୍ ଥାନା ଓ କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
