ରୁଚି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

କଟକ  : କଟକ ଖପୁରିଆର ରୁଚି ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ରାୟ ବିଳମ୍ୱିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପାସ୍ତା ୟୁନିଟରେ ଆଜି ଭୋର ଚାରିଟା ସମୟରେ ହଠାତ ନିଆଁ ଲାଗିଯାଇଥିଲା ।ଖବର ପାଇ ଅଗ୍ନିଶମର ତିନୋଟି ଦମକଳ ଗାଡି ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବର୍ତ୍ତମାନ ଯାହା ସୂଚନା ମିଳିଛି ନିଆଁ ଆୟତ୍ତ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ  ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Spread the love