SCBରୁ ପିଲା ଚୋରି ଘଟଣା, ଜଣେ ସୁରକ୍ଷାକର୍ମୀ ବହିଷ୍କୃତ

କଟକ : ଗତ ୨୬ ତାରିଖରେ କଟକ ଏସ୍‌ସିବି ପ୍ରସୂତି ବିଭାଗ ଆଇସିୟୁରୁ ଚୋରି ହୋଇଥିଲା ଶିଶୁ କନ୍ୟା । ପୋଲିସ ଖୋଲତାଡ଼ ପରେ ଶିଶୁକନ୍ୟାକୁ ଫେରାଇଥିଲେ ଅଭିଯୁକ୍ତ ଦମ୍ପତ୍ତି । ଏହାପରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗତମଙ୍ଗଳବାର ଦିନ ଗିରଫ କରିଥିବା ପୋଲିସ । ଏହାସହିତ ଅନ୍ୟ କିଛି ଜଣଙ୍କୁ ଅଟକ ରଖିଛି ପୋଲିସ । ଆଉ ଏବେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ବେଳେ ୪ଜଣ କର୍ମଚାରୀଙ୍କୁ ନୋଟିସ୍‌ କରିଛି ଏସ୍‌ସିବି କର୍ତ୍ତୃପକ୍ଷ ।

Spread the love