GAIL ଅନୁକୂଲ୍ୟରେ ପାଇପ୍‌ଲାଇନ୍ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୮: ଆଜି ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୱାର୍ଡ ନମ୍ବର 62 ଅନ୍ତର୍ଗତ ଧର୍ମ ବିହାର ପରିସରରେ GAIL ଅନୁକୂଲ୍ୟରେ ପାଇପ୍‌ଲାଇନ୍ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ ହୋଇଛି। ସେହିପରି ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୱାର୍ଡ ନମ୍ବର ୨୬ ଅନ୍ତର୍ଗତ N-4ସ୍ଥିତ IRC Village ଠାରେ ମଧ୍ୟ GAIL ପାଇପ୍‌ଲାଇନ୍ ଗ୍ୟାସ୍ ଯୋଗାଣର ଉଦ୍ଘାଟନ ହୋଇଛି। ପାଇପ୍‌ଲାଇନ୍ ମାଧ୍ୟମରେ ଗ୍ୟାସ୍ ଯୋଗାଣ ହେବା ଦ୍ୱାରା ଉପଭୋକ୍ତାମାନେ ଅଧିକ ସୁବିଧା ଓ ସୁଯୋଗ ସହ ନିରନ୍ତର ସେବା ପାଇପାରିବେ। ଏହା ସହିତ ଏହି ବ୍ୟବସ୍ଥା ଅଧିକ ସୁରକ୍ଷିତ ଓ ତୁଳନାମୂଳକ ଭାବେ କମ୍ ଖର୍ଚ୍ଚସାଧ୍ୟ ହୋଇଥିବାରୁ ଭୁବନେଶ୍ୱରରେ ଏହାର ବ୍ୟାପକ ବିସ୍ତାର ଓ ନିରନ୍ତର ଅଗ୍ରଗତି ପାଇଁ ଗୁରୁତ୍ୱ ଦିଆଯାଉଛି।
ଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱରରେ ମୋଟ ୨୭,୦୦୦ଟି ଗ୍ୟାସ୍ ସଂଯୋଗ ଦିଆଯାଇଛି। ଗତ ବର୍ଷ ୧୦,୦୦୦ଟି ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ୬,୦୦୦ଟି ନୂତନ ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୨୦,୦୦୦ଟି ଗ୍ୟାସ୍ ସଂଯୋଗ ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଅବସରରେ ପ୍ରିୟଦର୍ଶିନୀ ମିଶ୍ର ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *