ରଣପୁର ନିର୍ବାଚନମଣ୍ଡଳୀରେ “ହର ଘର ତ୍ରିରଙ୍ଗା” ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ଵର, ୧୩/୦୮/: ରଣପୁର ବିଧାୟିକା ତଥା ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଆଜି ରାଜସୁନାଖଳା ମଣ୍ଡଳ, ଗୋଡିପଡା ମଣ୍ଡଳ ଓ ଲଡୁବାବା ମଣ୍ଡଳଠାରେ “ହର ଘର ତ୍ରିରଙ୍ଗା” ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଜସୁନାଖଳା ମଣ୍ଡଳର ଲୋଧାଚୁଆଠାରୁ ଆରମ୍ଭ ହୋଇ ଦହିଖାଇ ପର୍ଯ୍ୟନ୍ତ ପ୍ରାୟ ଏକ କିମି ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ମଣ୍ଡଳ ସଭାପତି ଜ୍ୟୋତିର୍ମୟ ସାହୁ, ନୟାଗଡ ଜିଲ୍ଲା ବିଜେପି ସମ୍ପାଦକ ଜୟନ୍ତ କୁମାର ନାୟକ, ଶରଣକୁଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ପ୍ରମୁଖଙ୍କ ସହ ପ୍ରାୟ ୫୦୦ରୁ ଅଧିକ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ସେହିପରି ଗୋଡିପଡା ଓ ଲଡୁବାବା ମଣ୍ଡଳର ରାଲି ପଞ୍ଚମୁଁ ଗ୍ରାମ ପଞ୍ଚାୟତର ମଝିଆଖଣ୍ଡ ଗ୍ରାମଠାରୁ ଆରମ୍ଭ ହୋଇ ଭାଲିଆଡିହି ଗ୍ରାମପଞ୍ଚାୟତର ମଠ ସାହି ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଡିପଡା ମଣ୍ଡଳ ସଭାପତି ମନୋଜ ସାହୁ, ନୟାଗଡ ବିଜେପି ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ମାଝୀ, ଗୋଡିପଡା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କ ସମେତ ଏକ ହଜାରରୁ ଅଧିକ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଜନସାଧାରଣଙ୍କ ମଧ୍ୟରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ସହ ଦେଶପ୍ରେମ ଓ ଭାତୃତ୍ଵ ଭାବର ବାର୍ତ୍ତା ବହନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କିପରି ସଫଳତାର ସହିତ ସମ୍ପନ୍ନ କରାଯିବ ରଣପୁର ବିଧାୟିକା ତଥା ମାନ୍ୟବର ବାଚସ୍ପତି ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ ।

Spread the love

Leave a Reply

Your email address will not be published. Required fields are marked *