୧୫ ଦିନ ହେଲା ଗାଁରେ ୨୬ ହାତୀଙ୍କ ଉପଦ୍ରବ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

କେନ୍ଦୁଝର: କେନ୍ଦୁଝରରେ ଚରମ ସୀମାରେ ହାତୀ ମଣିଷ ଲଢେ଼ଇ। କ୍ଷୟକ୍ଷତି ଓ ହାତୀ ଘଉଡ଼ାଇବା ପ୍ରତିବାଦ ରେ ଜାତୀୟ ରାଜପଥ ୨୨୦କୁ ଅବରୋଧ କଲେ ଗ୍ରାମବାସୀ । ବର୍ଷା ଦାଉରୁ ନିଜ ଫସଲକୁ ରକ୍ଷା କରିବା ପରେ ଏବେ ହାତୀ ଦାଉରୁ କିପରି ନିଜ ଫସଲକୁ ସୁରକ୍ଷା ଦେବେ ଚାଷୀ, ଏହାକୁ ନେଇ ଚିନ୍ତା ଘାରିଛି। ପାଟଣାରେଞ୍ଜ ମଙ୍ଗଳପୁର ଗାଁରେ ଦୀର୍ଘ ୧୫ ଦିନ ହେବ ୨୬ ଟିକିଆ ହାତୀ ପଲ ଗାଁ ଚାରିପଟ ଘୁରି ବୁଲୁଛନ୍ତି । ଚାଷ ବାସ ନଷ୍ଟ କରିବା ସହ ଘର ଦ୍ବାର ଭାଙ୍ଗୁଛନ୍ତି । ଧାର କରଜ କରି ଚାଷ କରିଥିବା ଚାଷୀଟି କିପରି ରୁଣ ସୁଝିବ ତାକୁ ନେଇ ଚିନ୍ତାରେ। ଏପଟେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ହାତୀ ଉପଦ୍ରବ ରେ ଅତିଷ୍ଠ ହୋଇ ଶେଷରେ ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି ।

Spread the love