ମହାପ୍ରଭୁଙ୍କ ଦର୍ଶନ କଲେ ଅଫତାବ ଶିବଦାଶାନି, ନେଲେ ମହାପ୍ରସାଦ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଅଫତାବ ଶିବଦାଶାନି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆଜି ସକାଳେ ଶ୍ରୀକ୍ଷେତ୍ର ଆସିଥିଲେ । ସେବାୟତ ତାଙ୍କୁ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ସ୍ୱାଗତ କରିଥିଲେ । ଅଫତାବ ପ୍ରଥମେ ସିଂହ ଦ୍ଵାର ଗୁମୁଟରେ ଥିବା ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନ ସିଂହାସନରେ ବିରାଜିତ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରିଥଲେ । ଅଫତାବଙ୍କୁ ଦେଖିବାକୁ ଓ ତାଙ୍କ ସହ ସେଲ୍ଡି ନେବାକୁ ଫ୍ୟାନଙ୍କ ବେଶ୍ ଭିଡ ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ଅଫତାବ ମହାପ୍ରଭୁଙ୍କ ମହାପ୍ରସାଦ ସାଥିରେ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *