ରାଜଧାନୀରେ କାମୁଡ଼ୁଛନ୍ତି ବୁଲା କୁକୁର, ଅଭିଯୋଗ ପରେ ବି ଶୁଣୁନି ବିଏମସି
ଭୁବନେଶ୍ୱର: ଶାସ୍ତ୍ରୀନଗରରେ ବୁଲା କୁକୁର ଆତଙ୍କ । କାମୁଡ଼ୁଛନ୍ତି ବୁଲା କୁକୁର, ଶୁଣୁନି ବିଏମସି । ରାଜଧାନୀରେ ମାତିଲେ ବୁଲା କୁକୁର । ୫ଟି ଗଳିରେ ମାତିଛନ୍ତି ୩୦ କୁକୁର । ଅଭିଯୋଗ ପରେ ବି ଶୁଣୁନି ବିଏମସି । ଶାସ୍ତ୍ରୀନଗରରେ କାମୁଡ଼ିଲେଣି ୪ କୁକୁର, ଭୟଭୀତ କଲୋନୀବାସୀ ।
ଶାସ୍ତ୍ରୀନଗର କଲୋନୀରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବା ସହ ଲୋକଙ୍କ ପାଇଁ ଚିନ୍ତା ବଢ଼ିଛି । ଏକ ନମ୍ବର ଦୁଇ ନମ୍ବର ଲେନ୍ ସମେତ ମୋଟ ୫ଟି ଗଳିରେ ପ୍ରାୟ ୩୦ଟି କୁକୁର ରହିଛନ୍ତି। ସେଥିମଧ୍ୟରୁ ୪ଟି କୁକୁର ଲୋକଙ୍କୁ କାମୁଡ଼ୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସୋମବାର ଦିନ ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡ଼ିଥିଲା ।
ଏନେଇ ମଙ୍ଗଳବାର ବିଏମ୍ ସିରେ ଅଭିଯୋଗ ମଧ୍ୟ କରାଯାଇଛି। ଅଭିଯୋଗ ପରେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସିସିଟିଭି ଫୁଟେଜ୍ ରେ ମଧ୍ୟ କୁକୁର ଆକ୍ରମଣର ଦୃଶ୍ୟ ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଭୟଭୀତ ଅବସ୍ଥାରେ ରହୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ପ୍ରଶାସନ ଅବହେଳା ପାଇଁ ବୁଲା କୁକୁର ମାନଙ୍କ ଆତଙ୍କ ବଢିଥିବା ଅଭିଯୋଗ ।
