ରାଜମିସ୍ତ୍ରୀ ବେଶରେ ଚୋର ଗ୍ୟାଙ୍ଗ, ପଶ୍ଚିମବଙ୍ଗର ୪ ଲୁଟେରାଙ୍କୁ ବାନ୍ଧିଲା ପୋଲିସ୍
ଆନନ୍ଦପୁର: ରାଜମିସ୍ତ୍ରୀ ବେଶରେ ଚୋର ଗ୍ୟାଙ୍ଗ । ପଶ୍ଚିମବଙ୍ଗର ୪ଲୁଟେରାଙ୍କୁ ବାନ୍ଧିଲା ପୋଲିସ୍ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଦେଓଗାଁରେ ରହି ବିଭିନ୍ନ ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରିବା ସହ ଚୋରି କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଘସିପୁରା ପୋଲିସ୍ ।
ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୦ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍, ପରିଚୟପତ୍ର, ଗୋଟିଏ ପ୍ଲାଟିନା ମୋଟରସାଇକେଲ୍ ଓ ଘର ଭାଙ୍ଗିବାରେ ବ୍ୟବହୃତ କିଛି ଉପକରଣ ଜବତ କରିଛି ପୋଲିସ । ଗିରଫ ୪ ଅଭିଯୁକ୍ତ ହେଲେ ମୁର୍ଶିଦାବାଦ ଜିଲ୍ଲାର ଶାହାରୁଖ ଏସ୍.କେ, ରମଜାନ ଅଲ୍ଲୀ, ସାନି ଏସ୍.କେ. ଏବଂ ବୀରଭୂମ ଜିଲ୍ଲାର ବାବୁ ଏସ୍.କେ. । ସମସ୍ତେ ପଶ୍ଚିମବଙ୍ଗର ବାସିନ୍ଦା ଓ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
