ନୟାପଲ୍ଲୀ ଦୁଷ୍କର୍ମି ଅଭିଯୁକ୍ତ ନାଁରେ ରୁଜୁ ହେଲା ଗାଡି ଚୋରି ମାମଲା
ଭୁବନେଶ୍ୱର : ନୟାପଲ୍ଲୀ ଦୁଷ୍କର୍ମି ଅଭିଯୁକ୍ତ ନାଁରେ ରୁଜୁ ହେଲା ଆଉ ଏକ ମାମଲା । କ୍ୟାପିଟାଲ ଥାନା ଅଞ୍ଚଳରୁ ଗାଡି ଚୋରି ମାମଲାରେ ରୁଜୁ । କ୍ୟାପିଟାଲ ଥାନାର କେସ ନମ୍ବର ୭୭୯/୨୬ରେ ମାମଲା ରୁଜୁ ହୋଇଛ । ଅଭିଯୁକ୍ତ ଶ୍ରୀଧର ପଣ୍ଡା ନାଁରେ ରୁଜୁ ହୋଇଛି ମାମଲା । ଏଥିସହ ଚୋରି ହୋଇଥିବା ଗାଡ଼ି ସିଜ । ଚୋରି ଗାଡ଼ିକୁ ପାର୍ଟସ ଅଲଗା କରିବା । ପ୍ରମାଣ ନଷ୍ଟ କରିବା ମଧ୍ୟ ଅଭିଯୋଗରେ ମଧ୍ୟ ମାମଲା ରୁଜୁ ହୋଇଛି । ଏନେଇ ସହଯୋଗ କରିଥିବା ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ଦୁଷ୍କର୍ମ ଘଟଣା ଘଟାଇବା ପରେ ଖସିଯିବା ପାଇଁ ୟୁନିଟ ୨ କେଶରୀ ମଲ୍ ପାଖରୁ ଏକ ବାଇକ ଚୋରି କରିଥିଲା । ଯେଉଁ ନାଲି ରଙ୍ଗର ବାଇକ ଚୋରି କରିଥିଲା । ଧରାପଡିଯିବା ଭୟରେ ସେ ଗାଡିର ପାର୍ଟସ ଅଲଗା କରିଦେଇଥିଲା । ଏପରିକି ପାର୍ଟସର ଚେଚିସ ନେଇ ନିଜ ପୁରୁଣା ଗାଡ଼ିରେ ମଧ୍ୟ ବ୍ୟବହାର କରିଥିଲା । ଏନେଇ କ୍ୟାପିଟାଲ ଥାନା ପୋଲିସ ତଦନ୍ତ କରୁଛି । ଅଭିଯୁକ୍ତ ଶ୍ରୀଧର ନାଁରେ ଆଉ ଏକ ମାମଲା ରୁଜୁ କରି ତନାଘନା ଚଳାଇଛି ପୋଲିସ ।
