ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର, ବର୍ଷକୁ ମିଳିବ ଦେଢ କୋଟିରୁ ୩ କୋଟି ଟଙ୍କା
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର । ଏଣିକି ପଞ୍ଚାୟତକୁ ବର୍ଷକୁ ମିଳିବ ପ୍ରାୟ ଦେଢ କୋଟିରୁ ୩ କୋଟି ଟଙ୍କା । ସହର ଭଳି ଗାଁରେ ଭିତ୍ତିଭୂମି ତିଆରି କରିବେ ରାଜ୍ୟ ସରକାର । ରାଜ୍ୟ ସରକାର ଆଣିଲେ ଗ୍ରାମୀଣ ସମ୍ପଦ ନାଁରେ ନୂଆ କାର୍ଯକ୍ରମ । ଏହି କାର୍ଯକ୍ରମ ଅଧୀନରେ ଆଦର୍ଶ କଲ୍ୟାଣ ମଣ୍ଡପ,ଆଦର୍ଶ ଗ୍ରାମୀଣ ପାର୍କ,ଆଦର୍ଶ ଗ୍ରାମୀଣ ହାଟ,ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ ପୋଖରୀ,ଆଦର୍ଶ ଶ୍ମଶାନ ନିର୍ମାଣ ହେବ ।
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ଆସୁଥିବା ଅର୍ଥକୁ ମିଳିତ ଭାବେ ମିଶାଇ ଗ୍ରାମୀଣ ଭିତ୍ତିଭୂମି କରାଯିବ । ଆଦର୍ଶ ଖେଳପଡ଼ିଆ ଲାଗି ୬୫ ଲକ୍ଷ, କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ, ଜଳାଶୟ ପାଇଁ ୩୪ ଲକ୍ଷ,ଶ୍ମଶାନ ପାଇଁ ୨୨ ଲକ୍ଷ, ଗ୍ରାମୀଣ ପାର୍କ ପାଇଁ ୨୦ ଲକ୍ଷ,ହାଟ ପାଇଁ ୧୬ ଲକ୍ଷ ୫୦ ହଜାର ଖର୍ଚ୍ଚ ହେବ । ଏ ନେଇ ରାଜ୍ୟ ସରକାର SOP ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
