ବସଷ୍ଟାଣ୍ଡରୁ ବାଘ ଚମଡ଼ା ଜବତ, ଆଉ ତିନି ଅଭିଯୁକ୍ତ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡରୁ ବାଘ ଚମଡ଼ା ଜବତ ଘଟଣାରେ ଆଉ ତିନି ଅଭିଯୁକ୍ତ ଗିରଫ ।  ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିଗୁଡ଼ା ବନ ବିଭାଗ ।  ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ଶିକାରୀ ସମେତ ଦୁଇ ଜଣ ସପ୍ଲାୟର ଥିବା ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ସୂଚନା ଦେଇଛନ୍ତି ।  ଗିରଫ ଶିକାରୀ ଜଣକ ଟିକାବାଲି ଥାନା ରାଜିକାଖୋଲ ଗାଁର ଦିଗାମ୍ବର କଂହର ।

ଦୁଇ ସପ୍ଲାୟର ଜାବେଡି ଗାଁ ର ଅମିତାଭ ବଚନ ପ୍ରଧାନ ଓ ତୋଫାନ ପ୍ରଧାନ ।  ଗିରଫ ଶିକାରୀ ଜଣକ ନିଜ ରାଜିକାଖୋଲ ଗାଁ ନିକଟରେ ଥିବା ଜଙ୍ଗଲରୁ ଚିତା ବାଘ ମାରିବା ପରେ ଦୁଇ ସପ୍ଲାୟରକୁ ବିକ୍ରି କରିଥିଲେ ।  ଶିକାରୀଠାରୁ ଦୁଇ ସପ୍ଲାୟର ଦୁଇଟି ବାଘ ଚମଡା ଆଣି ପୁଣି ଫିରିଙ୍ଗିଆ ଅଂଚଳର ଉତ୍ତମ ମାଝୀ କୁ ବିକ୍ରି କରିଥିବା ତଦନ୍ତରୁ ଜଣା ପଡିଛି ।

ଗିରଫ ଶିକାରୀ ଦିଗାମ୍ବରଙ୍କ ଘରେ ବନ ବିଭାଗ ଛାନଭିନ ବେଳେ ଗୋଟିଏ ଦେଶୀ ବନ୍ଧୁକ, ବାଘ ନଖ, ବାଘ ଦାନ୍ତ ସମେତ ବାଘ ଶରୀରର ଅନ୍ୟାନ୍ୟ ଅଂଶ ଜବତ କରିଛି ।  ଗତ ସେପ୍ଟେମ୍ବର 17 ତାରିଖରେ ବାଲିଗୁଡା ବସଷ୍ଟାଣ୍ଡ ରେ ବାଘ ଛାଲ ଡିଲ୍ ପୂର୍ବରୁ ବନ ବିଭାଗ ଚଢ଼ାଉ କରିଥିଲା । ବାଲିଗୁଡ଼ା ବସ୍ ଷ୍ଟାଣ୍ଡରୁ ଦୁଇଟି ବାଘ ଚମଡା ଜବତ ସହ ଫିରିଙ୍ଗିଆ ର ଉତ୍ତମ ମାଝ କୁ ଗିରଫ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *