ସ୍କୁଲ ଗେଟରେ ତାଲ ପକାଇଲେ ଅଭିଭାବକ, ରାସ୍ତାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
ବିନିକା : ସ୍କୁଲ ଗେଟରେ ତାଲ ପକାଇଲେ ଅଭିଭାବକ, ରାସ୍ତାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବାବୁପାଲି ପଞ୍ଚାୟତର ଦେଣ୍ଡୁପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର । ଶିକ୍ଷକ ଏବଂ ଶ୍ରେଣୀ ଗୃହ ଅଭାବ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭାଭାବକ । ସ୍କୁଲରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଗୋଟିଏ ଉପ୍ରା ବିଦ୍ୟାଳୟ ଓ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଅଛି । ବିଦ୍ୟାଳୟରେ ଶିକ୍ଷକ ଏବଂ ଶ୍ରେଣୀଗୃହ ସମସ୍ୟା ଦୀର୍ଘଦିନ ରହିଥିବା ବେଳେ ପ୍ରଶାସନ କୌଣସି ଦୃଷ୍ଟି ଦେଉନଥିବାରୁ ଆଜି ସ୍କୁଲର ଅଭିଭାବକ ମାନେ ତାଲା ପକାଇ ସ୍କୁଲ ବନ୍ଦ କରିଥିଲେ । ଫଳରେ ଛାତ୍ର ଛାତ୍ରୀ ରାସ୍ତାରେ ପାଠ ପଢିବା ଦେଖାଯାଇ ଥିଲା ।
