ମାସେ ପରେ ଗାତ ଭିତରୁ ବାହାରିଲା କଙ୍କାଳ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚାଲିଛି ତଦନ୍ତ

ବରଗଡ଼ : ମାସେ ପରେ ଗାତ ଭିତରୁ ବାହାରିଲା କଙ୍କାଳ  l  ମୃତକ ହେଲେ ପଣ୍ଡକିପାଲି ଗ୍ରାମର ଅମୃତ ବର୍ଗେ  l  ମାସେ ପୂର୍ବରୁ ମୃତ୍ୟୁ ପରେ ପୋତି ଦେଇଥିଲେ ପରିବାର  l  ଏବେ  ହତ୍ୟା ସନ୍ଦେହରେ ଅଭିଯୋଗ ପରେ ପୋତା ହୋଇଥିବା ଶବ ଖୋଲାଗଲା  l  ସୋହେଲା ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚାଲିଛି ତଦନ୍ତ l  ତେବେ ପୁରା ଘଟଣା ହେଲା ଗତ ମାସ ୮ ତାରିଖରେ ପଣ୍ଡକିପାଲି ଗ୍ରାମର ରଜନୀ ସାହୁ ଅମୃତ ବର୍ଗେଙ୍କୁ ବିଲ କାମ କରିବାକୁ ଘରୁ ଡାକି ନେଇଥିଲେ  l

କିଛି ସମୟ ପରେ ଅମୃତ ଚେତଶୁନ୍ୟ ହୋଇ ଯାଇଥିବା ନେଇ ପରିବାରକୁ ଖବର ଦେଇଥିଲେ  l  ଖବର ପାଇବା ପରେ ପରିବାର ଲୋକେ ତାଙ୍କୁ ଏକ ଅଟୋ ସାହାଯ୍ୟରେ ମେଡିକାଲ ନେଇଥିଲେ ।  ଏହାପରେ ପରିବାର ଲୋକେ ଶବ ଆଣି ନିଜ ଜମିରେ ପୋତି ଦେଇଥିଲେ  l  ଶବ ପୋତିବାର ମାସେ ପରେ ମୃତ ଅମୃତଙ୍କ ସ୍ତ୍ରୀ ତାଙ୍କ ଝିଅକୁ ପୁରା ଘଟଣା କହିଛନ୍ତି  l  ରଜନୀ ସାହୁ ଏହି ଘଟଣା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି  l

ଫଳରେ ସେ ଏହି ଘଟଣା କାହାକୁ ଭୟରେ କହୁନଥିବା କଥା ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି  l  ସୋହେଲା ଥାନାରେ ଅଭିଯୋଗ ପରେ ଗାତ ଭିତରୁ କଙ୍କାଳ ବାହାର କରି ଆରମ୍ଭ ହୋଇଛି  l  ଗଳିତ ଶବକୁ ପୋଷ୍ଟମର୍ଟମ ପାଇଁ ନିଆ ଯାଇଥିବା ବେଳେ ଆଗକୁ କଣ ସତ ଆସିବ ତାହା ଉପରେ ସମସ୍ତଙ୍କ ନଜର  l  ଅନ୍ୟପଟେ ମୃତ ଅମୃତ ବର୍ଗେଙ୍କ କଙ୍କାଳକୁ ଉଦ୍ଧାର କରାଯାଇ ବୁର୍ଲା ବଡ ମେଡିକାଲକୁ ପଠାଯାଇଛି  l ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ବରଗଡ଼ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ରନାଥ ଶତପଥୀ କହିଛନ୍ତି ।

Spread the love