ତିନି ଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ

ଭୁବନେଶ୍ୱର : ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ ।  ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୌଦାନ ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ବିଜେପି ସାଂସଦ ସମ୍ବିତ ପାତ୍ର ଏବଂ ଦଳର ବରିଷ୍ଠ ନେତା ଭୁବନେଶ୍ୱର ବିମାନ ବନ୍ଦରରେ ସୌଦାନଙ୍କୁ ପୁSaudan Singhଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି ।

ନିକଟରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଏବଂ ବିହାର ଦାୟିତ୍ବ ଗ୍ରହଣ କରିଥିଲେ ସୌଦାନ ସିଂ ।  ଦାୟିତ୍ୱ ନେବା ପରେ ସୌଦାନଙ୍କ ପ୍ରଥମ ଓଡ଼ିଶା ଗସ୍ତ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ସୌଦାନ ଓଡ଼ିଶା ସଙ୍ଗଠନକୁ ଭଲ ଭାବେ ଜାଣିଛନ୍ତି ।  ପୂର୍ବରୁ ଓଡ଼ିଶାର ପ୍ରଭାରୀ ଥିଲେ ।  ଏହି ଗସ୍ତ ସମୟରେ ଦଳୀୟ ନେତାଙ୍କ ସହିତ ଚର୍ଚ୍ଚା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ବିଜେପି ରାଜ୍ୟ ସଙ୍ଗଠନ ତାଙ୍କ ମାର୍ଗ ଦର୍ଶନରେ ଆହୁରି ମଜବୁତ ହେବ ।

Spread the love

Leave a Reply

Your email address will not be published. Required fields are marked *