କେନ୍ଦୁଝର ଡାକୁଛି, ଓଡିଶା ଡାକୁଛି, ଅଧିକାର ପାଇଁ ଲଢ଼ିବା ଆସ

ଭୁବନେଶ୍ୱର ; 19 ଅଗଷ୍ଟ ; ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ ଆୟୋଜିତ ହୋଇଥିଲା l
ଏହି ସ୍ମୃତି ସଭାରେ ଉଦବୋଧନ ଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ହଜାର ହଜାର ବର୍ଷଧରି ବସବାସ କରୁଥିବା ଆଦିବାସୀଙ୍କୁ ବାସଚ୍ୟୁତ କରିବାକୁ ଚାଁହୁଛି ବିଜେପି ସରକାର l ଏହା ଆମେ କେବେ ସମ୍ଭବ ହେବାକୁ ଦେବୁନାହିଁ l ଓଡ଼ିଶାର ଜଳ ଜମି ଜଙ୍ଗଲ, ଖଣିଜ ଦ୍ରବ୍ୟ ସବୁ ରାଜ୍ୟବାସୀଙ୍କର l ଆଜି ହତାଶ ନିରାଶ ବେକାରୀ ଯୁବକଙ୍କୁ ଆହ୍ୱାନ ନିଜ ଅଧିକାରର ଲଢେଇ ପାଇଁ କ୍ଷେତ୍ରକୁ ଆସନ୍ତୁ l “ସଂଗ୍ରାମ ଦିଏ ଡାକ, ତୁହି ଯୁବକ ଉଠରେ ଯୁବକ ଉଠ, ଶୁଣ ତୁମେ ଚିତ୍କାର, କେଉଁଝର ମା ମାଟିର, ଓଡିଶା ମାଆ ମାଟିର, କୋଳେ ଶୋଇଥିବା ଶିଶୁର ଡାକ” ଯୁବ କଂଗ୍ରେସର ସମସ୍ତ ସାଥୀଙ୍କୁ ଆହ୍ୱାନ ରଣକ୍ଷେତ୍ରରେ ଲଢ଼ l ସଂଗ୍ରାମରେ ଅବତୀର୍ଣ ହୁଅ l ସଂଗ୍ରାମକୁ ଯଦି ମନେ ପକାଉଛ, ସଂଗ୍ରାମ ପଥର ଯାତ୍ରୀ ହୁଅ l ମୃତ୍ୟୁ ସମସ୍ତଙ୍କ ସାମ୍ନାରେ ଠିଆ ହୋଇଛି l ସଂଗ୍ରାମ ବ୍ୟତୀତ ଅନ୍ୟ ପନ୍ଥା କିଛି ନାହିଁ l ଏହି ସଂଗ୍ରାମ ଏମ ଏମ ଡିଆର ଆଇନ ଆଣି ଆଦିବାସୀଙ୍କ ଅଧିକାର ହତ୍ୟା କରିଛନ୍ତି l ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଆଦିବାସୀଙ୍କ ପ୍ରତି ଏ କି ବ୍ୟବହାର ?
ମୁଁ ଚାଁହୁଛି କେନ୍ଦୁଝର ମାଟିରେ ଏକ ବିରାଟ ଵୀପ୍ଳବ l କେନ୍ଦୁଝର ଜିଲ୍ଲାର ସମସ୍ତ ଖଣି ବନ୍ଦ କରିବା ପାଇଁ l ସାରା ଓଡ଼ିଶାର ଖଣି ଖାଦାନ ବନ୍ଦ କରାଯିବ l ଓଡିଶା ଆଦିବାସୀଙ୍କୁ ଭୁମୀ ଓ ଅଧିକାର ଫେରେଇଦିଅ ନ ହେଲେ ସମସ୍ତ ଖଣି ବନ୍ଦ ହେବ l
ରାଜନୀତିକୁ, କଂଗ୍ରେସକୁ ଏବଂ ଆମର ସ୍ୱାଭିମାନକୁ ଯଦି ବଞ୍ଚାଇବାର ଅଛି ତେବେ ଆମ ନେତା ରାହୁଳ ଗାନ୍ଧୀଙ୍କ ଭଳି ସାହସୀ ଓ ନିର୍ଭୀକ ହୋଇ ପ୍ରଧାନମନ୍ତ୍ରୀଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ, ଏଭଳି କରିବାକୁ ପଡ଼ିବ l
ରାହୁଳ ଗାନ୍ଧୀ ପୋଲିସ ମାଡ଼ରେ ନାକରୁ ରକ୍ତ ଝରାଉଥିବାବେଳେ ଆମେ ୟା’ ତା ପଛରେ ଚୁଗୁଲୀ କରି ହୀନ ରାଜନୀତି କରୁଛୁ l ଆମକୁ କିଛି କରିବାକୁ ପଡ଼ିବ l ଆଜି ସଂଗ୍ରାମର ଶ୍ରାଦ୍ଧ ଦିବସରେ ଦେଶ ଆହ୍ୱାନ କରୁଛି, ରାହୁଳ ଗାନ୍ଧୀ ଆହ୍ୱାନ କରୁଛନ୍ତି, ନିଜ ମାଟି କେନ୍ଦୁଝର ଆହ୍ୱାନ କରୁଛି, ଆମେ ଚୁପ ହୋଇ ରହିବା ନାହିଁ l ଓଡ଼ିଶାରେ ସଂଗ୍ରାମୀ ତିଆରି କରିବାକୁ ଚାହୁଁଛି, ଓଡିଶାକୁ ଏକ ନୂତନ ଦିଗନ୍ତ ଦେବାକୁ ଚାହୁଁଛି l
ବୋଲି ଓପିସିସି ସଭାପତି ଶ୍ରୀ ଦାସ ଉପସ୍ଥିତ କଂଗ୍ରେସ କାର୍ଯ୍ୟକର୍ତ୍ତା ତଥା ଅଗଣିତ ସଂଗ୍ରାମପ୍ରେମୀଙ୍କୁ କହିଥିଲେ l
ସଂଗ୍ରାମ ଜେନା ସ୍ମୃତି କମିଟି ସଭାପତି ତାରାପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା ପରିଚାଳିତ କରିଥିଲେ ।  ଏହି ସଭାରେ ସ୍ବର୍ଗତ ଜେନାଙ୍କ ପିତା ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଅନନ୍ତ ସେଠୀ, ସୁରେଶ ରାଉତରାୟ, ପଞ୍ଚାନନ କାନୁନଗୋ, ଶିବାନନ୍ଦ ରାୟ, ବିଧାୟକ ଅଶୋକ ଦାସ, ବିଜୟାଲକ୍ଷ୍ମୀ ସାହୁ, ମିନାକ୍ଷୀ ବାହିନୀପତି, ଅରବିନ୍ଦ ଦାସ, ଶୁଭେନ୍ଦୁ ମହାନ୍ତି, ବନ୍ଦିତା ପରିଡା, ଜୟସ୍ମିତା ମହାନ୍ତି, ଅଭିମନ୍ୟୁ ବେହେରା, ଚିନ୍ମୟ ବେହେରା, ଦେବୀ ଚାନ୍ଦ, ରଞ୍ଜିତ ପାତ୍ର, ୟାଶୀର ନାୱାଜ, ମନୋଜ ରାଉତ, ମାନସ ଆଚାର୍ଯ୍ୟ, ଅମିଶା ସାମନ୍ତରାୟ, ଲିଙ୍ଗରାଜ ସାହୁ, ଶ୍ରୀକାନ୍ତ ଦାସ, ରାଜୀବ ପଟ୍ଟନାୟକ, ପଟ୍ଟନାୟକ, ମିଲନ ପଟ୍ଟନାୟକ । ଶ୍ରାଦ୍ଧ ସଭାରେ ସ୍ବର୍ଗତ ଜେନାଙ୍କ କନ୍ୟାଦ୍ବୟ ସୁହାନୀ ଓ ଜାହାନି ପିତାଙ୍କ ସ୍ମୃତି ଚାରଣ କରିଥିବାବେଳେ ଭଉଣୀ ଡ଼ ସସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *