ଓଡ଼ିଶାରେ ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷିତ ଓ ସ୍ନେହପୂର୍ଣ୍ଣ ପରିବାର ପରିବେଶ ଯୋଗାଇଦେବା ଆମର ମୁଖ୍ୟ ଦାୟିତ୍ୱ

ବାଲେଶ୍ବର, 19/8: ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ ଅଡିଟୋରିୟମ ହଲ୍ ପରିସରରେ ଅନୁଷ୍ଠିତ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ ଦ୍ୱାରା ମିଳିତ ପ୍ରୟାସରେ ଆୟୋଜିତ ଓଡ଼ିଶାରେ ପରିବାର ଭିତ୍ତିକ ଯତ୍ନ ଏବଂ ଶିଶୁ ମାନଙ୍କ ପରିବାର ଠାରୁ ବିଚ୍ଛିନ୍ନତା ନିବାରଣ ଉପରେ ଆଞ୍ଚଳିକ ସ୍ତରୀୟ ପରାମର୍ଶ ବୈଠକରେ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଲେ। ଶିଶୁମାନେ ଯେପରି ପରିବାରଠାରୁ ବିଚ୍ଛିନ୍ନ ନହୁଅନ୍ତି ଏବଂ ବିଚ୍ଛିନ୍ନ ଶିଶୁମାନଙ୍କୁ ପୁନଃ ପରିବାର ସହ ଯୋଡ଼ାଯାଇପାରିବ, ସେଥିପାଇଁ ପରିବାର ଭିତ୍ତିକ ଯତ୍ନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ। ଶିଶୁ ସୁରକ୍ଷା, ପରିବାର ସଶକ୍ତିକରଣ ଓ ଶିଶୁମାନଙ୍କ ଅଧିକାର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ। ଏହି ଅବସରରେ ଆୟୋଗର ସଦସ୍ୟା  ମାନସ୍ମିତା ଖୁଣ୍ଟିଆ  ଓ ସୁଜାତା ନାୟକ ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,DSWO ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *