IUSFର ପ୍ରଥମ ସଭାପତି ହେଲେ ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ

ଭୁବନେଶ୍ୱର : ଜାତୀୟ କ୍ରୀଡ଼ା ଜଗତରେ ଓଡ଼ିଶା ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି ଶିକ୍ଷାବିତ୍ , ସମାଜସେବୀ ତଥା କିଟ୍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।  ଇଣ୍ଡିଆନ୍ ୟୁନିଭରସିଟି ସ୍ପୋର୍ଟସ ଫେଡେରେସନ୍ IUSFର ପ୍ରଥମ ସଭାପତି ଭାବେ ସେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।  ଏହି ନୂତନ ଦାୟିତ୍ୱ ସହ ଦେଶର ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍ ଙ୍କୁ ଉଚ୍ଚସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ତାଙ୍କ ଭୂମିକା ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି ।

ବିଶ୍ୱବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ପାଇଁ ତାଙ୍କର ଏହି ଦୀଘର୍କାଳୀନ ଅବଦାନକୁ ବିଚାରକୁ ନେଇ ସଂଘ ଡ. ସାମନ୍ତଙ୍କୁ ଏହାର ପ୍ରଥମ ସଭାପତି ଭାବେ ମନୋନୀତ କରିଛି  ।  ତାଙ୍କ ନେତୃତ୍ୱରେ ଦେଶର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଏକ ନୂଆ ଦିଗ ପାଇବ ବୋଲି ଆଶା ପ୍ରକାଶ ପାଇଛି ।  ଆଜି ନୂଆଦିଲ୍ଲୀଠାରେ ଏହାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା ।

ବିଶ୍ୱର ବିଭିନ୍ନ ଦେଶରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂଘମାନ ରହିଛି ।  ମାତ୍ର ଭାରତରେ ଏହା ନଥିଲା ।  ପ୍ରଥମ ଥର ଭାରତରେ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାକୁ ଏକ ସୁସଂଗଠିତ ଢାଞ୍ଚାରେ ଆଗେଇ ନେବା ଲକ୍ଷ୍ୟରେ ଏହି ସଂଘ ଗଠନ କରାଯାଇଛି  ।  ଅଭିଜ୍ଞ କ୍ରୀଡ଼ାବିତ୍‍ ଓ କ୍ରୀଡ଼ାପ୍ରେମୀ ଏଭଳି ଏକ ସଂଘ ଗଠନ କରିବାକୁ ପ୍ରୟାସ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *