ସାମସଙ୍ଗ ଇନୋଭେଶନ କ୍ୟାମ୍ପସର ୨୦୨୬ ସଂସ୍କରଣ : ୨୦,୦୦୦ ଯୁବକ ଯୁବତୀଙ୍କୁ ଏଆଇ କ୍ଷେତ୍ରରେ ତାଲିମ ପ୍ରଦାନ କରିବା ଲକ୍ଷ୍ୟ
ନୂଆଦିଲ୍ଲୀ, ୯ା୮: ସାମସଙ୍ଗ ଇଣ୍ଡିଆ ପକ୍ଷରୁ ସାମସଙ୍ଗ ଇନୋଭେଶନ କ୍ୟାମ୍ପସ ୨୦୨୬ ସଂସ୍କରଣର ଲଂଚ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ଯୁବପିଢିଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଶିଳ୍ପ- ପ୍ରାସଙ୍ଗିକ ଦକ୍ଷତା ସହ ସୁସଜ୍ଜିତ କରିବା ପାଇଁ ଉତ୍ସର୍ଗୀକୃତ ରହିଛି। ଏହି ସଂସ୍କରଣକୁ ଇଲେକ୍ଟ୍ରୋନିକ୍ସ ସେକ୍ଟର ସ୍କିଲ୍ସ କାଉନ୍ସିଲ ଅଫ୍ ଇଣ୍ଡିଆ (ଇଏସଏସସିଆଇ) ଏବଂ ଟେଲିକମ ସେକ୍ଟର ସ୍କିଲ କାଉନ୍ସିଲ (ଟିଏସଏସସି) ସହ ସହଭାଗିତାରେ କାର୍ଯ୍ୟକାରୀ କରାଯିବ। ଏହି ସହଭାଗିତାଗୁଡିକ ମାଧ୍ୟମରେ ସାମସଙ୍ଗ ୧୦ଟି ରାଜ୍ୟରେ ୨୦,୦୦୦ ଯୁବକ ଯୁବତୀଙ୍କୁ ଏଆଇ କ୍ଷେତ୍ରରେ ତାଲିମ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଶିଳ୍ପ ପ୍ରାସଙ୍ଗିକ ଏଆଇ ଶିକ୍ଷା ପାଇଁ ପହଂଚ ବୃଦ୍ଧି କରିବା ସହ ଭାରତର ଭବିଷ୍ୟତର ଏଆଇ ପ୍ରତିଭା ଶୃଙ୍ଖଳାକୁ ସୁଦୃଢ କରିବାରେ ସାହାଯ୍ୟ କରିବ। ଭାରତରେ ଏହାର ୪ର୍ଥ ବର୍ଷରେ ଏସଆଇସି ୧୮ରୁ ୨୫ ବର୍ଷ ବୟସର ଯୁବପିଢିଙ୍କୁ ଏଆଇ ଟ୍ରେନିଂ, ପ୍ରକଳ୍ପ-ଆଧାରିତ ଶିକ୍ଷା, ମାର୍ଗଦର୍ଶନ ଓ ବାସ୍ତବ ଦୁନିଆର ପ୍ରୟୋଗ ପାଇଁ ଏକ୍ସପୋଜର ପ୍ରଦାନ କରିବ, ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବ।
