ବେଦାନ୍ତ ଆଲୁମିନିୟମ୍‌ ପକ୍ଷରୁ ‘ମେଟାଲ ବଜାର ଏକ୍ସପୋର୍ଟସ୍’ର ଶୁଭାରମ୍ଭ

ଭୁବନେଶ୍ୱର, ୧୧ା୮ :  ବେଦାନ୍ତ ଆଲୁମିନିୟମ୍ ମେଟାଲ୍ ଲିମିଟେଡ୍  ପକ୍ଷରୁ ଏହାର ପ୍ରମୁଖ ଡିଜିଟାଲ୍ ଇ-କମର୍ସ ପ୍ଲାଟଫର୍ମ ‘ବେଦାନ୍ତ ମେଟାଲ୍ ବଜାର’ (ଭିଏମବି)କୁ ଅନ୍ତର୍ଜାତୀୟ ବଜାରକୁ ସମ୍ପ୍ରସାରଣ କରାଯାଇଥିବା ମଙ୍ଗଳବାର ଘୋଷଣା କରାଯାଇଛି। ଭାରତର ପ୍ରଥମ ଡିଜିଟାଲ୍ ଆଲୁମିନିୟମ୍ ମାର୍କେଟପ୍ଲେସ୍‌ ଗୁଡ଼ିକ ମଧ୍ୟରୁ ଏହା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରକୁ ପ୍ରବେଶ କରିଛି। ଏହା ମାଧ୍ୟମରେ ବିଦେଶୀ ଗ୍ରାହକମାନେ ଏବେ ସହଜ, ସ୍ୱଚ୍ଛ ଓ ସୁବିଧାଜନକ ଭାବେ ଅନଲାଇନ୍‌ରେ ଉଚ୍ଚମାନର ଆଲୁମିନିୟମ୍ ଉତ୍ପାଦ ଅର୍ଡର ଓ କ୍ରୟ କରିପାରିବେ।ଭାରତୀୟ ବଜାରରେ ପ୍ଲାଟଫର୍ମର ବିପୁଳ ସଫଳତା ପରେ ‘ବେଦାନ୍ତ ମେଟାଲ୍ ବଜାର’ ଏବେ ଏସିଆ, ୟୁରୋପ, ଆଫ୍ରିକା ଓ ଆମେରିକା ମହାଦେଶର ବଜାରରେ ଉପଲବ୍ଧ ହେବ। ଆର୍ଥିକ ବର୍ଷ୨୬ରେ ଏହି ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୪.୧ ବିଲିୟନ୍ ଡଲାର୍ (୩୮,୦୦୦ କୋଟିରୁ ଅଧିକ ଟଙ୍କା) ମୂଲ୍ୟର କାରବାର ହୋଇଥିବାବେଳେ ୨୩,୦୦୦ରୁ ଅଧିକ ଅର୍ଡର ପୂରଣ କରାଯାଇଛି। ଭାରତୀୟ ଉତ୍ପାଦନକାରୀଙ୍କ ମଧ୍ୟରେ ମଧ୍ୟ ଏହାର ଗ୍ରହଣୀୟତା ବୃଦ୍ଧି ପାଇଛି। ବଡ଼ ଓଇଏମଗୁଡ଼ିକ ସହିତ ୫୫୦ରୁ ଅଧିକ ଏମଏସଏମଇ ଗୁଡିକ ନିୟମିତ ଭାବେ ସେମାନଙ୍କ ଆଲୁମିନିୟମ୍ ଆବଶ୍ୟକତା ପାଇଁ ବେଦାନ୍ତ ମେଟାଲ୍ ବଜାର ବ୍ୟବହାର କରୁଥÒବା ବେଦାନ୍ତ ଆଲୁମିନିୟମ୍‌ର ସିଇଓ ରାଜେଶ କୁମାର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *