ବାଇକ୍ ଉପରେ ମାଡ଼ିଗଲା ଡମ୍ପର, ୨ ମୃତ
ଯୋଡ଼ା: ବାଇକ୍ ଉପରେ ମାଡ଼ିଗଲା ଡମ୍ପର, ୨ ମୃତ । କେନ୍ଦୁଝର ଜିଲ୍ଲା ଯୋଡ଼ା ବିଲେଇପଦା ଶିବ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୃତ ଗତିରେ ଆସୁଥିବା ଡମ୍ପର ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବାଇକ୍ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଡମ୍ପର ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାର ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୁଦା ଭିତରୁ ଡମ୍ପର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
