ଏକ ଏକର ଜମିରେ ୧୦ ହଜାର ଗଞ୍ଜେଇ ଚାଷ ନଷ୍ଟ, ଜମି ମାଲିକ ଗିରଫ

ଉମରକୋଟ: ଏକ ଏକର ଜମିରେ ୧୦ ହଜାର ଗଞ୍ଜେଇ ଚାଷ ନଷ୍ଟ । ଜମି ମାଲିକ ଗିରଫ । ବେଆଇନ ଗଞ୍ଜେଇ ଚାଷ ଓ ନିଶା କାରବାର ବିରୋଧରେ ନବରଙ୍ଗପୁର ପୋଲିସର ଅଭିଯାନ ଜାରି । ରାଇଘର ଓ କୁନ୍ଦେଇ ପୋଲିସକୁ ମିଳିଛି ବଡ଼ ସଫଳତା । ରାଇଘର ବ୍ଲକ କଶୋଗଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗାଁରେ ଚଢ଼ାଉ କରି ପ୍ରାୟ ୧୦ ହଜାରଲ ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । ଏଥିରେ ଜମି ମାଲିକ ରାମ ପ୍ରସାଦ ଗଣ୍ଡକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଜଡ଼ାପାରା ଗାଁରେ ଏକ ଏକରରୁ ଅଧିକ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା ନେଇ ପୋଲିସକୁ ଖବର ମିଳିଥିଲା ।

ଏହାପରେ ରାଇଘର ଓ କୁନ୍ଦେଇ ପୋଲିସର ମିଳିତ ଟିମ୍ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଜମିରେ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ ଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସ ଟିମ୍ ପ୍ରାୟ ୧୦ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଥିଲା । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ବେଆଇନ ଗଞ୍ଜେଇ ଚାଷ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଜମି ମାଲିକ ରାମ ପ୍ରସାଦ ଗଣ୍ଡଙ୍କୁ ପୋଲିସ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *