ମହିଳା ପୋଲିସ SI ଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ୱାର୍ଟର୍ସରୁ ମୃତଦେହ ଠାବ
ବ୍ରହ୍ମପୁର : ଗଞ୍ଜାମରେ ମହିଳା ପୋଲିସ SIଙ୍କ ସନ୍ଦେହଜନକ ମୃତ୍ୟୁ । ଆତ୍ମହତ୍ୟା ସନ୍ଦେହ । ପୁରୁଷୋତ୍ତମପୁରର ସରକାରୀ କ୍ୱାର୍ଟର୍ସରୁ ମୃତଦେହ ଠାବ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଗଞ୍ଜାମ ଏସପି। ମୃତ୍ୟୁର କାରଣ ଖୋଜୁଛି ପୋଲିସ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରୁ ଆସିଛି ଚାଞ୍ଚଲ୍ୟକର ଖବର। କାର୍ଯ୍ୟରତ ମହିଳା ପୋଲିସ ସବ୍ ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।
ସେ ପୁରୁଷୋତ୍ତମପୁର ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ପ୍ରଭାସିନୀଙ୍କ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଠାବ କରାଯାଇଛି। ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି ଘଟଣା । ଖବର ପାଇ ଗଞ୍ଜାମ ଏସପି ପୁରୁଷୋତ୍ତମପୁରରେ ପହଞ୍ଚି ତଦନ୍ତର ତଦାରଖ କରିଛନ୍ତି। ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ଏଭଳି ମୃତ୍ୟୁ ପଛରେ କ’ଣ କାରଣ ରହିଛି, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
ପ୍ରଭାସିନୀଙ୍କ ମୃତ୍ୟୁ କିପରି ହେଲା, ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ସେପଟେ ପ୍ରଭାସିନୀ ଆତ୍ମହତ୍ୟା କରିନାହାନ୍ତି। ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର।
